ପ୍ରାଣପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ନୂଆଦିଲ୍ଲୀ(ଆମ ଟିଭି): ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ୟ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ୟ୍ୟକ୍ରମ ସମାପନ ହୋଇଛି। ଆଜି ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଏଥିପାଇଁ ଅଯୋଧ୍ୟ ସମେତ ପୂରା ଦେଶ ରାମମୟ ହୋଇ ପଡ଼ିଛି। ଏହି ସ୍ୱତନ୍ତ୍ର ସମୟକୁ ସ୍ମରଣୀୟ କରିବା ପାଇଁ ସନ୍ଧ୍ୟାରେ ଅଯୋଧ୍ୟା ନଗରୀରେ ପ୍ରାୟ ୧୦ ଲକ୍ଷ ଦ୍ୱୀପ ପ୍ରଜ୍ଜ୍ୱଳିତ କରାଯିବ ବୋଲି ଜଣାପଡ଼ିଛି।

ସେପଟେ ନିମନ୍ତ୍ରିତ ଅତିଥିମାନେ ଧିରେ ଧିରେ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଅଯୋଧ୍ୟା ପୋଲିସ ଛାଉଣିରେ ପରିଣତ ହୋଇଛି। ପାଖିପାଖି ୧୪ ହଜାର ପୋଲିସ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.