ଇତିହାସ ରଚିଲା ଓଲିଉଡ: ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା 5 Star Film Awards-2024

RR Events and Cine Production ପକ୍ଷରୁ ଦେଶ ବାହାରେ ତଥା ଦୁବାଇରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହୋଇଥିଲା. ସହଯୋଗ କରିଥିଲେ OSUAE ଓଡିଶା ସମାଜ.

0

ଇତିହାସ ରଚିଲା ଓଲିଉଡ। ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା 5 Star Film Awards-2024। RR Events and Cine Production ର MD ଶ୍ରୀ ରମେଶ ବାରିକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ। ଦୁବାଇ ର ଶେଖ ରସିଦ ଅଡିଟୋରିଅମରେ ଜାନୁଆରୀ ତେର ତାରିଖ ସନ୍ଧ୍ୟା ରେ ଆୟୋଜିତ ହୋଇଥିଲା ଏହି ରଙ୍ଗରଙ୍ଗ କାର୍ଯ୍ୟକ୍ରମ। ଓଡ଼ିଶାର ବର୍ଷିଆନ ଅଭିନେତା, ନିର୍ଦେଶକ, ସଂଗୀତ ନିର୍ଦେଶକ ଓ ସଂଳାପ ଲେଖକ ଶ୍ରୀ ପ୍ରଶାନ୍ତ ନନ୍ଦ ଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଫିଲ୍ମ ଭାବେ ପୁଷ୍କରା, ଶ୍ରେଷ୍ଠ ନିର୍ଦେଶକ ଭାବେ ପୁଷ୍କରା ଫିଲ୍ମ ପାଇଁ ଶୁଭ୍ରାଂଶୁ, ଶ୍ରେଷ୍ଠ ପ୍ରଯୋଜକ ଭାବେ ପୁଷ୍କରା ଫିଲ୍ମ ପାଇଁ ଶ୍ରୀ ରମେଶ ବାରିକ ଙ୍କୁ ସମ୍ମାନିତ କରାଯାଇଥିଲା। ଏମରଜିଙ୍ଗ ଫିଲ୍ମ ମେକର ଭାବେ ଶ୍ରୀ ପ୍ରିତମ ସାହୁ ଙ୍କୁ ବିଶେଷ ସଂମ୍ମାନିତ କରାଯାଇଥିଲା। ଜୁରୀ ମନୋନୀତ ଶ୍ରେଷ୍ଠ ନିର୍ଦେଶକ ଭାବେ ତାପସ ସରଘରିଆ ଓ ପପୁଲାର ନିର୍ଦେଶକ ଭାବେ ଅଶୋକ ପତି ଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ପ୍ରଯୋଜକ ଭାବେ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ନିର୍ଦେଶକ ଭାବେ ଅଶ୍ବିନୀ ତ୍ରିପାଠୀ ଙ୍କୁ ସେହି ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ଅଭିନେତା ଭାବରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପୁଷ୍କରା ଫିଲ୍ମ ପାଇଁ ପୁରସ୍କୃତ କରାଯାଇଥିଲା। ପୁନମ ମିଶ୍ରଙ୍କୁ କଟକ -ଶେଷରୁ ଆରମ୍ଭ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା। ଶିବାନୀ ସଂଗୀତା ଙ୍କୁ ମାଲ୍ୟାଗିରି ଚଳଚ୍ଚିତ୍ର ପାଇଁ ଜୁରୀ ମନୋନୀତ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଥିଲା। ଅଭିନେତା ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଶୀତଲ ପାତ୍ର ଙ୍କୁ ବେଷ୍ଟ ପରଫରମର ଭାବେ ସମ୍ମାନିତ କରାଯାଇଥିଲା। ଏଭରଗ୍ରୀନ ସୁପରଷ୍ଟାର ଭାବେ ଅର୍ଚିତା ଙ୍କୁ ମିଳିଥିଲା ଭବ୍ୟ ସମ୍ମାନ। ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଡେବ୍ୟୁଡାଣ୍ଟ ଅଭିନେତ୍ରୀ ଭାବେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ଲଭ ଇନ ଲଣ୍ଡନ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଏମରଜିଙ୍ଗ ଅଭିନେତ୍ରୀ ଭାବରେ ଅନୁରାଧା ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଅନ୍ୟ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ ପ୍ରଦ୍ୟୁମ୍ନ ଲେଙ୍କା,ଶ୍ରୀତମ ଦାସ,ସୁବାଶିଷ ଶର୍ମା, ପପୁ ପମ ପମ, ତ୍ରିଭୁବନ ପଣ୍ଡା, ରିୟା ଦେ, ଉଷାଶୀ ମିଶ୍ର,ପୁଷ୍ପା ପଣ୍ଡା,ନମ୍ରତା ଥାପ୍ପା,ପାର୍ଥ ସାରଥୀ ରାୟ ଓ ସମ୍ବିତ ଆଚାର୍ଯ୍ୟ। ଅନ୍ୟ ବିଶେଷ କାଟେଗୋରୀ ମାନଙ୍କରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀ, ଡି. ଓ. ପି. ଫଲଗୁ ଶତପଥୀଙ୍କୁ ଦିଆ ଯାଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଜୁରୀଙ୍କ ପସନ୍ଦ ଶ୍ରେଷ୍ଠ ଫିଲ୍ମ ପାଇଁ କଟକ -ଶେଷରୁ ଆରମ୍ଭ, ସତ୍ୟ ଘଟଣା ଉପରେ ଆଧାରିତ ସିନେମା ମାଇଣ୍ଡ ଗେମ କୁ ଦିୟା ଯାଇଥିଲା। ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, ଅସଦ ନିଜାମ ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ଶ୍ରେଷ୍ଠ ସଂଗୀତ ଗୁଡିକ ପାଇଁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ କୁଲଦୀପ, ସ୍ୱୟଂ ପାଢ଼ୀ, ଅନ୍ତରା,ଜ୍ୟୋତିର୍ମୟୀ, ଦିପ୍ତୀରେଖା ଓ କ୍ରିଷ୍ଣା ବେଉରା ଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ନୃତ୍ୟ ନିର୍ଦେଶନା ପାଇଁ ବିଦ୍ୟୁତ ସେଠି ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ ଅଭିନେତ୍ରୀ ଅଲିଭ୍ୟା ମୁଖାର୍ଜୀ ଏବଂ ଭୋଜପୁରୀ ଅଭିନେତ୍ରୀ ଅନ୍ତରା ଗୁପ୍ତା ଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଜୁରୀ ଦାଇତ୍ୱ ରେ ଥିଲେ ଓଡ଼ିଶାର ପ୍ରସିଦ୍ଧ ସିନେ ଲେଖକ ଡ଼. ରଜନୀ ରଞ୍ଜନ ଏବଂ ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ। ଦେଶ ବାହାରେ ଏପରି ଏକ ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ପ୍ରଥମ ଥର ପାଇଁ ହୋଇଛି ବୋଲି ପୁରସ୍କୃତ ହୋଇଥିବା କଳାକାର ମାନେ ମତବ୍ୟକ୍ତ କରିଛନ୍ତି। ଓଡିଶା ଫିଲ୍ମ ଜଗତରୁ ଆୟୋଜକ ଶ୍ରୀ ରମେଶ ବାରିକ ଙ୍କୁ ଏଥିପାଇଁ ମିଳିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା.

Leave A Reply

Your email address will not be published.