ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ସାରା ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଚନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ । ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ୭୫ତମ ଗଣତନ୍ତ୍ର ଦିବସର ପ୍ୟାରେଡ ।

କର୍ତ୍ତବ୍ୟ ପଥରେ ପ୍ୟାରେଡ ୧୧୨ ବାଦ୍ୟଯନ୍ତ୍ର ସହିତ କଳାକାରମାନଙ୍କ ଦ୍ୱାରା ଆରମ୍ଭ ହୋଇଛି । ଏହାପରେ ଏମଆଇ-୧୭ ହେଲିକପ୍ଟର ତାର ଶକ୍ତି ପ୍ରଦର୍ଶନ କରିଥିଲା । ଜାତୀୟ ପତାକା ସହ ନୌସେନା, ସ୍ଥଳ ସେନା ଓ ବାୟୁ ସେନାର ପତାକା ଉଡ଼ାଇ କର୍ତ୍ତବ୍ୟ ପଥର ଆକାଶରେ ଶକ୍ତି ଦେଖାଇଥିଲା । ଏହାପରେ ଅନ୍ୟ ପ୍ୟାରେଡ ଜାରି ରହିଛି ।

Leave A Reply

Your email address will not be published.