ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିବାକୁ ‘ଅପରେସନ୍ ଲୋଟସ୍’ ଚଳାଇଛି ବିଜେପି: କେଜ୍ରିୱାଲ

0

ପାଟନା(ଆମ ଟିଭି): ଦିଲ୍ଲୀରେ ଶାସକ ଦଳ ଆପ୍ ବିଜେପିକୁ ଟାର୍ଗେଟ କରିଛି । ବିଜେପି ଆପ ବିଧାୟକଙ୍କୁ ହାତ କରି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିବାକୁ ‘ଅପରେସନ୍ ଲୋଟସ୍’ ଚଳାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଏହାକୁ ନେଇ କେଜ୍ର୍ରିୱାଲ ସୋସିଆଲ ମିଡିଆରେ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି । ଏଥିରେ ସେ ଦାବୀ କରିଛନ୍ତି ଯେ, ‘ଦିଲ୍ଲୀରେ ଆପ୍ ବିଧାୟକଙ୍କୁ ଦଳରୁ କାଢିନେବାକୁ ଚେଷ୍ଟା କରାଯାଉଛି ।

ବିଜେପି ଦିଲ୍ଲୀରେ ୭ଜଣ ଆପ୍ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ୨୫ କୋଟି ଲେଖାଏଁ ଅଫର କରିସାରଛି । ଆଗକୁ ଏଭଳି ଭାବେ ବିଜେପି ୨୧ ଜଣ ବିଧାୟକଙ୍କୁ ନିଜ ଆଡକୁ କରିନେବାକୁ ଚେଷ୍ଟା କରିବ । ଏଭଳି କରି ବିଜେପି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିଦେବ । ୨୫ କୋଟି ଦେଇ ଆପ୍ ବିଧାୟକଙ୍କୁ ବିଜେପି ଟିକେଟରେ ନିର୍ବାଚନ ଲଢାଇବାକୁ ଚେଷ୍ଟା କରୁଛି ବିଜେପି । କିନ୍ତୁ ୭ ବିଧାୟକ ବିଜେପିର ଏହି ଅଫରକୁ ପ୍ରତ୍ୟାକ୍ଷାନ କରିଛନ୍ତି’ ।

Leave A Reply

Your email address will not be published.