ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୪ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସ ମାଧ୍ୟମରେ ଉଦଘାଟନ କରିଥିଲେ।

ଏଥିରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳା ସାମଗ୍ରୀ, ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ କରାଯିବ । ଏହି ମେଳା ଫେବୃଆରୀ ୫ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତ୍ୟହ ଅପରାହ୍ଣ ସାଢେ ୨ଟାରୁ ରାତି ୯ଟା ପର୍ୟ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ । ମେଳାରେ ୧୦୯ ଷ୍ଟଲ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ ଜନଜାତିଙ୍କ ଘର।

Leave A Reply

Your email address will not be published.