ନବ ଦାସଙ୍କ ହତ୍ୟାକୁ ପୁରିଲା ବର୍ଷେ

0

ଝାରସୁଗୁଡ଼ା (ଆମ ଟିଭି):  ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ଷେ ପୁରିଛି । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ ।

ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ଷଡଯନ୍ତ୍ର ଦିଗ ନେଇ ବୟାନ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ଷଡଯନ୍ତ୍ର ଦିଗକୁ ସାମିଲ କରିନାହିଁ, କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ ।

Leave A Reply

Your email address will not be published.