ରାହୁଲ ଗାନ୍ଧୀ ଭାଜପାର ପାଇଁ ବଡ଼ ଷ୍ଟାର ପ୍ରଚାରକ: ଆସାମ ମୁଖ୍ୟମନ୍ତ୍ରୀ

0

ଗୌହାଟୀ: ପୁଣି ଚର୍ଚ୍ଚାରେ ହିମନ୍ତ ବିଶ୍ଵସର୍ମା । କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ହିମନ୍ତଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହୁଥିବାବେଳେ ସେ କଂଗ୍ରେସକୁ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ରାହୁଲ ଗାନ୍ଧୀ ଭାଜପାର ପାଇଁ ବଡ଼ ଷ୍ଟାର ପ୍ରଚାରକ। ରାହୁଲ ଯେଉଁଠାକୁ ଯାଆନ୍ତି ସେଠାରୁ କଂଗ୍ରେସର ପାଦଚିହ୍ନ ଅଦୃଶ୍ୟ ହୋଇଯାଏ। ସେ ଅହଂକାରୀ ଏବଂ ତାଙ୍କରା ନେତୃତ୍ୱ ନେବାର କ୍ଷମତା ନାହିଁ। ସେ କାହାକୁ ପ୍ରେରଣା ଦେଇ ପାରିବେ ନାହିଁ । ପ୍ରକୃତରେ ରାହୁଲ ଆମ ପ୍ରଚାରକ ବୋଲି ହିମନ୍ତ କହିଛନ୍ତି।

Leave A Reply

Your email address will not be published.