ଓଡିଶା ମ୍ୟୁଜିକ ଆୱାର୍ଡ ଶୋ’ ରେ *ଆକାଶବାଣୀ* ର ଅଡିଓ ରିଲିଜ୍

0

ଭୁବନେଶ୍ଵର (ଆମ ଟିଭି): ଶ୍ରୀବୀରବଲ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆକାଶବାଣୀ’ ର ଫାଷ୍ଟଲୁକ୍ ସାମ୍ନାକୁ ଆସିବା ପରେ ଓଡିଶା ମ୍ୟୁଜିକ୍ ଆୱାର୍ଡ ଶୋ ରେ ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ରେ ମଞ୍ଚରେ ଅତିଥି ଭାବେ ଅଭିନେତା ରୋହନ ଗର୍ଗ, ଅଭିନେତ୍ରୀ ପୂଜା, ଅମର ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ, ବିଶ୍ୱ ସ୍ୱରୂପ,ଅଭିନେତ୍ରୀ ପ୍ରତିଭା ପଣ୍ଡା, କାହାଣୀକାର ଗଣେଶ ଅଗ୍ରୱାଲ, ସମାଜସେବୀ ହେମନ୍ତ‌ ସାମନ୍ତରାୟ,ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ତ୍ରିପତି ସାହୁ ଉପସ୍ଥିତ ଥିଲେ l

ଭାଲେଣ୍ଟାଇନ୍‌ ସପ୍ତାହରେ ଏହି ସିନେମା ପ୍ରେକ୍ଷାଳୟକୁ ଆସିବ । ଏଥିରେ ବନ୍ଧୁତ୍ଵ ଓ ପାରିବାରିକ ବନ୍ଧନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି | ସେହିପରି ଲଭ୍, କମେଡି ତଥା ମଣିଷ ଜୀବନର ବିଭିନ୍ନ ଦିଗକୁ ଦର୍ଶକ ଏଥିରେ ଦେଖିବାକୁ ପାଇବେ | ତ୍ରିପତି ସାହୁଙ୍କ ନିର୍ଦ୍ଦେଶିତ ଏବଂ ରୋହନ ଗର୍ଗଙ୍କ ପ୍ରଯୋଜିତ ଏହି ସିନେମାର ସିନେମାଟୋଗ୍ରାଫର ଅଛନ୍ତି ସ୍ୱର୍ଶ ପ୍ରସାଦ (ବୁବୁ)ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଏଥିରେ ରୋହନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ପୂଜା I ସିନେମାର କାହାଣୀ ଗଣେଶରାମ ଅଗ୍ରୱ।ଲ୍ ଓ ସଂଳାପରେ ଡ. ନିର୍ମଳ ନାୟକ ଥିବା ବେଳେ ସମସ୍ତ ଗୀତ ମଧ୍ଯ ସେ ରଚନା କରିଥିବା କହିଛନ୍ତି । ଅବଶ୍ୟ ଗୋଟିଏ ହିନ୍ଦୀ ଗୀତକୁ କୁକୁ ପ୍ରଭାସ ଲେଖିଛନ୍ତି । ସେହିପରି ସମସ୍ତ ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ମଞ୍ଜୁମଦାର | ଫିଲ୍ମର ବିଭିନ୍ନ ଚରିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ନମିତା ଦାସ, ବେବି ପ୍ରଧାନ, ଜୋଜୋ, ଅମର ମହାପାତ୍ର, ରୋସନ ଭରଦ୍ବାଜ, ପ୍ରତାପ ସୁମନ ମହାରଣା, ମଧୁ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।ଅଭିନେତା ରୋହନ‌ ପୂର୍ବରୁ ଲଭ୍ ଇମ୍ପସିବଲ୍ , ଡଟପେନ୍ ଚଳଚ୍ଚିତ୍ର କରି‌ ବେଶ୍ ଲୋକପ୍ରିୟତା ସାଉଁଟି ସାରିଛନ୍ତି।

Leave A Reply

Your email address will not be published.