ନୂଆଦିଲ୍ଲୀ (ଆମ ଟିଭି): ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଗିରଫ ହେବା ପରେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଗୋଟିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପାଇ ସୋରେନ୍ । ବୁଧବାର ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ୧୫ ଦିନ ରିମାଣ୍ଡରେ ନେଇପାରେ ବୋଲି ସୂଚନା ରହିଛି ।
ହେମନ୍ତ ସୋରେନଙ୍କ ଗିରଫ ହେବା ପରେ ବିରୋଧୀ ଦଳ ଆଇଏନଡିଏ ବ୍ଲକର ଶୀର୍ଷ ନେତା ବୁଧବାର ସନ୍ଧ୍ୟାରେ ବୈଠକ କରି ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।