ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ ପୂରାଉଛି: ମମତା ବାନାର୍ଜୀ

0

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ ପୂରାଉଛି। ଏପରିକି ଭାଜପା କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିରୋଧୀ ଦଳର ନେତାଙ୍କୁ ବିଭିନ୍ନ ମିଛ ମାମଲାରେ ଛନ୍ଦି ଗିରଫ କରୁଥିବା କହି କେନ୍ଦ୍ର ଉପରେ ବର୍ଷିଛନ୍ତି।

ସେହିପରି ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ମମତା କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଟିଏମ୍‌ସି ଉତ୍ସାହିତ ଥିଲା। ହେଲେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଦଳ ମେଣ୍ଟ ଚାହୁଁଥିଲା। ହେଲେ କଂଗ୍ରେସ ରାଜି ହୋଇ ନ ଥିବା ମମତା କହିଛନ୍ତି।

Leave A Reply

Your email address will not be published.