ହେମନ୍ତ ସୋରେନଙ୍କ ଗିରଫ ମାମଲା: ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି

0

ରାଞ୍ଚି (ଆମ ଟିଭି): ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେଲ ଯାଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତଙ୍କୁ ଗିରଫ କରାଯିବା ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଯେଉଁଥିରେ ସେ ଇଡିର ଗିରଫକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି। ଏହା ବ୍ୟତୀତ ସ୍ୱତନ୍ତ୍ର ଇଡ଼ି କୋର୍ଟରେ ହେମନ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରାଯାଇପାରେ। ଗତ ଗୁରୁବାର ଇଡି ହେମନ୍ତ ସୋରେନଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା। ଏହାର ନିଷ୍ପତି ସଂରକ୍ଷିତ ରଖାଯାଇଛି।

ସେପଟେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପଇ ସୋରେନ। ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ଚମ୍ପଇ ସୋରେନଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଚମ୍ପଇ ସୋରେନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି। ଚମ୍ପାଇ ସୋରେନ ଦାବି କରିଛନ୍ତି ଯେ ତାଙ୍କର ୪୭ଜଣ ବିଧାୟକଙ୍କ ସମର୍ଥନ ରହିଛି।

 

 

Leave A Reply

Your email address will not be published.