ଆସନ୍ତା କାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି):  ରାତି ପାହିଲେ ମୋଦୀ ଙ୍କ ଓଡ଼ିଶା ଗସ୍ତ । ଆସନ୍ତା କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁରରେ ବସନ୍ତପୁରଠାରେ ନବନିର୍ମିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବେ ବୋଲି ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ୪ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ରହିଥିବା ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ୱାଲ ସୂଚନା ଦେଇଛନ୍ତି । ତେବେ ଏହା ପରେ ଏମସିଏଲର ୪ଟି ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଏମସିଏଲ ମହାପ୍ରବନ୍ଧକ କହିଛନ୍ତି । ବସନ୍ତପୁରସ୍ଥିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ରେମେଡରେ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମାବେଶର ନାଁ ବିଶାଳ ଗ୍ୟାରେଂଟି ସମାବେଶ ରଖାଯାଇଥିବା ଏହି ସମାବେଶରେ ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପିର ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ କହିଛନ୍ତି ।

Leave A Reply

Your email address will not be published.