ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚମ୍ପାଇ
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଚମ୍ପାଇ ସୋରେନ। ରାଞ୍ଚି ସ୍ଥିତ ରାଜଭବନରେ ଚମ୍ପାଇଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକୃଷ୍ଣନ। ଚମ୍ପାଇଙ୍କ ସହିତ ମାତ୍ର ଦୁଇ ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି ଆରଜେଡି ବିଧାୟକ ସତ୍ୟାନନ୍ଦ ଭକ୍ତା ଓ କଂଗ୍ରେସ ବିଧାୟକ ଆଲାମଗିର ଆଲମ।
ଆସନ୍ତା ୧୦ ଦିନ ଭିତରେ ଚମ୍ପାଇ ସୋରେନ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ। ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ଆସନ ଥିବା ବେଳେ ମ୍ୟାଜକ ନମ୍ବର ହେଉଛି ୪୧। ତେବେ ନିଜ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।