ଭୁବନେଶ୍ଵର (ଆମ ଟିଭି): ଭାଷା ହିଁ ଭବିଷ୍ୟତ, ଏହି ପ୍ରେରଣା ନେଇ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମଳନୀ । ଭୁବନେଶ୍ୱର ଜନତା ମୈଦାନରେ ହେବାକୁ ଥିବା ଏହି ଭାଷା ସମ୍ମିଳନୀ, ୩ ଦିନ ଧରି ଚାଲିବ । ମାଟିର ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ ସହ ଦିନ ୧୧ଟାରେ ଭାଷା ସମ୍ମିଳନୀର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେବେ ।