ଗିରଫ ହେଲେ ବିଜେପି ବିଧାୟକ

0

ମୁମ୍ବାଇ(ଆମ ଟିଭି): ମହାରାଷ୍ଟ୍ରର ଥାନେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାନେ ଜିଲାର ଏକ ପୋଲିସ ଷ୍ଟେଶନ ପରିସରରେ ଗୁଳି ଚଳାଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜଣେ ସ୍ଥାନୀୟ ନେତା ଆହତ ହୋଇଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ରାତି ପ୍ରାୟ ୧୦ଟା ୩୦ ସମୟରେ ଉହ୍ଲାସନଗରର ହିଲ ଲାଇନ ପୋଲିସ ଷ୍ଟେଶନରେ ଏହା ଘଟିଥିଲା। ଏହି ଘଟଣାରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ରାଜନେତା ଜଡିତ ଥିଲେ। ସୂତ୍ରରୁ ପ୍ରକାଶ ଯେ ଏହି ଗୁଳି ବିନିମୟରେ ଶିବସେନା ନେତା ମହେଶ ଗାୟକୱାଡ ଆହତ ହୋଇଥିଲେ ଏବଂ ତାଙ୍କୁ ଥାନେ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଡିସିପି ସୁଧାକର ପଠାରେ କହିଛନ୍ତି ଯେ ଭାଜପା ବିଧାୟକ ଗଣପତ ଗାୟକୱାଡ ଏବଂ ଶିବସେନା ଶିନ୍ଦେ ଦଳର ନେତା ମହେଶ ଗାୟକୱାଡଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଛି।

Leave A Reply

Your email address will not be published.