କାହିଁକି ଏମିତି କହିଲେ କଂଗ୍ରେସ ଅଧ୍ୟକ୍ଷ

0

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଏହି ସଂଗ୍ରାମ ହେଉଛି ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ। ଯଦି ଆପଣ ଏଥିରେ ବିଫଳ ହୁଅନ୍ତି ତେବେ ଆପଣ ସବୁଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚାକର ହୋଇଯିବେ। ଖାର୍ଗେ ଭାଜପା ଘୃଣା ରାଜନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ଏବଂ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି।

ଭାଜପା ସରକାର ପ୍ରତିବର୍ଷ ଦୁଇ କୋଟି ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ସେହି ଚାକିରି କେଉଁଠାରେ ଅଛି? ପିଏମ ମୋଦି ଜଣେ ମିଛୁଆ ସର୍ଦ୍ଦାର। ଆଜି ମୋଦିଙ୍କ ଗ୍ୟାରେଣ୍ଟି ପ୍ରତ୍ୟେକ ଖବରକାଗଜରେ ଲେଖାଯାଉଛି। ତାଙ୍କର ଗ୍ୟାରେଣ୍ଟି ଥିଲା ପ୍ରତିବର୍ଷ ଦୁଇ କୋଟି ଚାକିରି, ଲୋକଙ୍କ ଆକାଉଣ୍ଟରେ ୧୫-୧୫ ଲକ୍ଷ ଟଙ୍କା, କିନ୍ତ ସେ କିଛି ଦେଇନାହାନ୍ତି। କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଥିଲା। ସେମାନେ ଆମର କୃଷକମାନଙ୍କୁ ପ୍ରତାରଣା କରିଛନ୍ତି। ଯୁବବର୍ଗ, ମହିଳାମାନଙ୍କୁ ପ୍ରତାରଣା କରିଛନ୍ତି। ସବକା ସାଥ, ସବକା ବିକାଶ ହାସ୍ୟାସ୍ପଦ ହୋଇ ରହି ଯାଇଛି। ମୋଦି ସମସ୍ତଙ୍କୁ ଧ୍ୱଂସ କରିଛନ୍ତି।’ମୋଦୀ ଜୀ କଥାବାର୍ତ୍ତା କରନ୍ତି ନାହିଁ, ସେ ସମସ୍ତଙ୍କ ଚେର ଭିତରୁ କାଟି ଦିଅନ୍ତି। ମୁହଁରେ ରାମ କହି ହାତରେ ଛୁରୀ ଧରି ସମସ୍ତଙ୍କ ଚେର କାଟିବାରେ ସେ ଲାଗିଛନ୍ତି। ଆମେ ପ୍ରେମର ଦୋକାନ ଖୋଲିଛୁ, କିନ୍ତୁ ମୋଦି ପ୍ରତିଶୋଧ ଏବଂ ଘୃଣାର ଦୋକାନ ଖୋଲିଛନ୍ତି।

Leave A Reply

Your email address will not be published.