ବିଧାନସଭାର ବଜେଟ୍ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

0

ଭୁବନେଶ୍ୱର(ଆମ ଟିଭି): ଆସନ୍ତାକାଲି ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ । ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ପ୍ରମିଳା ମଲ୍କିକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଧାନସଭା କିଭଳି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହେବ । ଫେବୃଆରୀ ୧୩ ଯାଏ ଚାଲିବ ଏହି ଅଧିବେଶନ ।

ଏହି ସମୟରେ କାମଚଳା ବଜେଟ୍ ଆସିବ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । ତେଣୁ ବିଧାନସଭା ସରଗରମ ରହିବ । ଉଭୟ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ମଧ୍ୟ ବିଧାୟକ ଦଳର ବୈଠକ କରି ଅଧିବେଶନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.