ଶିବସେନା ନେତାଙ୍କୁ ଗୁଳି

0

ବେଶ ହସଖୁସିରେ ଫେସବୁକରେ ଲାଇଭ କରୁଥିଲେ ଉଦ୍ଧବ ଠାକରେଙ୍କ ଶିବସେନାର ଜଣେ ନେତା। ସାଥୀରେ ଆଉ ଜଣେ ମଧ୍ୟ ଥିଲେ। ଦୁଇ ଜଣ ଯାକ ଲାଇଭରେ ହସୁଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ।

ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍‌ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ। ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଆତ୍ମହତ୍ୟା କରିଥିଲେ। ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଦହିସର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏତେବଡ଼ ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁସାରେ, ଅଭିଷେକ ହେଉଛନ୍ତି ଶିବସେନା(ୟୁବିଟି) ନେତା ବିନୋଦ ଘୋସାଲକରଙ୍କ ପୁଅ। ଆଜି ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ।

କିଛି ସମୟ ପରେ ମାଉରିସ ଭାଇ ଲାଇଭରୁ ଉଠି ଚାଲି ଯାଇଥିଲେ। କିନ୍ତୁ ସେ ପୁଣି ଆସିବା ସହ ଲାଇଭ ଭିଡିଓ ଚାଲିଥିବା ବେଳେ ଅଭିଷେକଙ୍କ ଉପରକୁ ଗୁଳି କରିଥିଲେ। ସେ ୩ ରାଉଣ୍ତ ଗୁଳି ଚଳାଇବା ପରେ ବନ୍ଧୁକ ନିଜ ମୁଣ୍ଡରେ ରଖି ଫୁଟାଇ ଦେଇଥିଲେ।

Leave A Reply

Your email address will not be published.