ଆଜି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

0

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ସାଧାରଣ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ନେଇ ଆଜି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଟିମ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଟିମ୍ ଆଜିଠୁ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

ଫେବୃଆରୀ ୧୬ ଅର୍ଥାତ୍ ଶୁକ୍ରବାର ନିର୍ବାଚନ କମିଶନର ରାଜୀବ କୁମାର ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହା ପରଦିନ ଅର୍ଥାତ ୧୭ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସିଙ୍କ ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ।

Leave A Reply

Your email address will not be published.