ଭୁବନେଶ୍ୱର(ଆମ ଟିଭି): ମାଘସପ୍ତମୀ ଅବସରରେ ଆଜିଠୁ ଆରମ୍ଭ ପ୍ରସିଦ୍ଧ ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା । ୯ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ସାଧୁମୟ ହୋଇଛି ଖଣ୍ଡିଗିରି, ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି ।
ଆଜି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ମାନେ ବୁଡ ପକାଇବା ସହିତ ଧୁନି ଜାଳି ଯଜ୍ଞ କାର୍ୟ୍ୟ ଆରମ୍ଭ କରିବେ । ମା ବାରଭୁଜାଙ୍କ ପୀଠରେ ରାମଚରିଚ ମାନସପରାୟଣ ହେବ । ରାଜ୍ୟର ସବୁଠାରୁ ପ୍ରସିଦ୍ଧ ମେଳା କୁହାଯାଉଥିବା ଖଣ୍ଡଗିରି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡ଼ି ପାର୍କିଂ ଠାରୁ ଆରମ୍ଭ କରି ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।