ଚାଷୀ ଆନ୍ଦୋଳନ ସମୟରେ ଚାଷୀଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ(ଆମ ଟିଭି): ଏମଏସପି ବୃଦ୍ଧି ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଶମ୍ଭୁ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୃଷକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ୬୫ ବର୍ଷୀୟ ଜ୍ଞାନ ସିଂ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଶମ୍ଭୁ ବର୍ଡରରେ ପହଞ୍ଚିଥିଲେ । ଗୁରୁବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରୁ ମୃତଦେହକୁ ଧାରଣାସ୍ଥଳକୁ ଅଣାଯିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Leave A Reply

Your email address will not be published.