ଅଡ଼ୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ପ୍ରତିନିଧୀ ମଣ୍ଡଳ ବଙ୍ଗାଲ ସନ୍ଦେଶଖାଲି ଘଟଣା ଉପରେ ନିଜର ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ପ୍ରଦାନ କରିଛନ୍ତି । ଏହି ଟିମ୍ ଗୁରୁବାର ଦିନ ସନ୍ଦେଶଖାଲି ଗସ୍ତ କରିଥଲେ । ଶୁକ୍ରବାର ଦିନ ସେମାନେ ତାଙ୍କ ଯାଂଚ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ସେପଟେ ବିଜେପିର ଏକ ଟିମ ଆଜି ସନ୍ଦେଶଖାଲି ଯାଉଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରୁ ଫେରାଇ ଦେଇଛି ।
ଅନୁସୂଚିତ ଜାତି ଆୟୋଗ ତରଫରୁ କୁହାଯାଇଛି କି, ସନ୍ଦେଶଖାଲିରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ଲୋକମାନେ ଅଧିକାରୀଙ୍କ ସାମ୍ନାରେ କିଛି କହିବାକୁ ଭୟ କରୁଛନ୍ତି । ଏହାସହ ସ୍ଥାନୀୟ ଶାହଜହାଁ ଶେଖଙ୍କ ଗ୍ୟାଙ୍ଗର ପ୍ରଭାବ ମଧ୍ୟ ପୋଲିସ ଉପରେ ରହିଛି । ପୋଲିସ ମଧ୍ୟ ଅଧିକାରୀଙ୍କ ସାମ୍ନାରେ କିଛି କହିବାକୁ ପ୍ରସ୍ତୁତ ହେଲାନାହିଁ । ଆମେ ଯାହା ଅନୁଭବ କଲୁ ତାହା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛୁ । ସମ୍ବିଧାନର ଅନୁଛେଦ ୩୩୮ ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ହେଲେ ପଶ୍ଚିମବଙ୍ଗରେ ଏହାର ଉଲଂଘନ ହେଉଛି । ଏହି ଆଇନ ଉଲଙ୍ଘନ ପଛରେ ସରକାରଙ୍କ ସମର୍ଥନ ରହିଥିବା କଥା ପ୍ରତିନିଧୀ ମଣ୍ଡଳ କହିଛନ୍ତି । ଏହି କାରଣରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିବା କଥା କୁହାଯାΥଇଛି ।