ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରୀୟ ପରିଷଦ ବୈଠକରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ । ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ମନ୍ଥନରେ ଅଭିଭାଷଣ ରଖି ଦଳୀୟ ନେତାଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ମୋଦୀ । କହିଛନ୍ତି ବିକଶିତ ଭାରତ ବିଜେପିର ଲକ୍ଷ୍ୟ । ଏଠି ଛୋଟ ସ୍ୱପ୍ନର ସ୍ଥାନ ନାହିଁ । ସମସ୍ତଙ୍କ ବିଶ୍ୱାସ ଜିତିବା ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ । ସବୁ କ୍ଷେତ୍ରରେ ବିକାଶ ହେଉଛି । ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ସେହି ବିକାଶର ବାର୍ତ୍ତା ନେଇ ସବୁ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେବ । ବିଜେପିକୁ ଜୋରଦାର ପ୍ରତ୍ୟାବର୍ତ୍ତନ ଦରକାର । ବିଶେଷ କର ଯୁବ ଭୋଟରଙ୍କ ପାଖରେ ପହଞ୍ଚିବା ହେବ ବୋଲି ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
୨୦୨୪ ନିର୍ବାଚନରେ ଦଳ କେମିତି ବିଜୟୀ ହେବ, ୪୦୦ ଆସନ ଛୁଇଁବ, ସେ ସମ୍ପର୍କରେ ଦଳୀୟ ନେତାଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ସେ କହିଛନ୍ତି ଆଗାମୀ ଶହେ ଦିନ ଦଳୀୟ ନେତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ସାରାଦେଶରୁ ପାଖାପାଖି ୧୧ ହଜାର ନେତା ଓ ବରିଷ୍ଠ କର୍ମକର୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ୟ୍ୟକାରିଣୀ ସଦସ୍ୟ, ସାଂସଦ ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ସଦସ୍ୟ, ରାଜ୍ୟ ମୁଖପାତ୍ର, ଲୋକସଭା ପ୍ରଭାରୀ ପ୍ରମୁଖ ଅଧିବେଶନରେ ସାମିଲ ହୋଇଛନ୍ତି ।