ଦଳରୁ କିଏ ଚାଲିଗଲେ ପଡ଼ିବନି ଫରକ: ସଞ୍ଜୟ ରାଉତ

0

ନୂଆଦିଲ୍ଲୀ(ଆମ ଟିଭି): ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିରେ କଳ୍ପନାଜଳ୍ପନା ସରଗରମ ହେବାରେ ଲାଗିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚର୍ଚ୍ଚା ହେଉଛି ସେ ତାଙ୍କ ପୁଅ ନକୁଲ ନାଥଙ୍କ ସହ ଭାଜପା ସହିତ ହାତ ମିଳାଇ ପାରନ୍ତି। ଏଥିପାଇଁ ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ଉପରେ ଉଦ୍ଧବ ଠାକରେଙ୍କ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଆମର ଶିବସେନା ଏବଂ ଏନସିପି ଲୋକମାନେ ମଧ୍ୟ ଚାଲିଯାଇଛନ୍ତି, ଏଥିରେ କ’ଣ କିଛି ଫରକ ପଡ଼ିଛି କି?

ବିଶ୍ୱାସଘାତକ ଏବଂ ଭୟଭୀତ ବ୍ୟକ୍ତିମାନେ ପାର୍ଟି ନାମରେ ଟଙ୍କା ରୋଜଗାର କରନ୍ତି ଏବଂ ପରେ ଇଡି ଭୟ ଯୋଗୁ ଦଳ ଛାଡିଥାନ୍ତି। ଏହି ଲୋକମାନେ ଅସାଧୁ ଏବଂ ଅବିଶ୍ୱାସୀ। ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ କଦାପି ହାରି ନ ଥାନ୍ତା। ସମସ୍ତେ ଏହା ଜାଣିଥିଲେ। କିନ୍ତୁ କମଲ ନାଥଙ୍କ ପରି ଲୋକ ନିର୍ବାଚନରେ ବିଫଳ ହୋଇଥିଲେ ବୋଲି ଏହି ଲୋକମାନେ କହିଛନ୍ତି।

Leave A Reply

Your email address will not be published.