ମାର୍ଚ୍ଚରେ ଟିକେଟ ଘୋଷଣା କରିବ ରାଜ୍ୟ କଂଗ୍ରେସ

0

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ୍ ଘୋଷଣା କରାଯିବ। ଆଗୁଆ ଟିକେଟ୍ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି । ବୈଠକରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକ ଅବସରରେ ପିସିସି ସଭାପତି ଗଣମାଧ୍ୟମକୁ ଟିକେଟ ଘୋଷଣା ନେଇ ସୂଚନା ଦେଇଛନ୍ତି।

ବୈଠକରେ ପ୍ରଗମନ ଆପ୍‌ରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା କରାଯାଉଛି। ବିଧାୟକ ପାଇଁ ୩ ହଜାର, ଏମପି ପାଇଁ ୭୦୦ ଆବେଦନ କରିଛନ୍ତି। ଟିକେଟ ବଂଟାକୁ ସ୍ୱଚ୍ଛ କରିବା ପାଇଁ କଂଗ୍ରେସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.