ବିଜେପିରେ ମିଶିବେନି କମଳନାଥ: ରାହୁଲଙ୍କୁ ଭେଟିବା ପରେ ସ୍ପଷ୍ଟ କଲେ

0

ନୂଆଦିଲ୍ଲୀ(ଆମ ଟିଭି): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ବିଜେପିକୁ ଯିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିରେ ସାମିଲ ହେଉନଥିବା କହିଛନ୍ତି କମଲନାଥ । ଏହି ସୂଚନା ଦେବା ପୂର୍ବରୁ ଦିଲ୍ଲୀରେ ନିଜର ଖାସ୍ ଅନୁଗତଙ୍କ ସହ ଆଲୋଚନା କରିଥିଲେ କମଲନାଥ । ବୈଠକ ପରେ ସଜ୍ଜନ କୁମାର ବର୍ମା କହିଛନ୍ତି, କମଲନାଥ ବିଜେପିରେ ସାମିଲ ହେବା ପ୍ରଶ୍ନ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

ଏହାପୂର୍ବରୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ କମଲନାଥ ଶନିବାର ଦିଲ୍ଲୀ ଯାଇଥିଲେ । ସେତେବେଳେ ବିଜେପିରେ ସାମିଲ ହେବା ପ୍ରଶ୍ନରେ କମଲନାଥ କହିଥିଲେ, ଆପଣମାନେ ବହୁତ ଉତ୍ସାହିତ ହେଉଛନ୍ତି । ଏଭଳି ଚର୍ଚ୍ଚା ଆପଣ କରୁଛନ୍ତି । ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦେବି ।

Leave A Reply

Your email address will not be published.