କଂଗ୍ରେସ ଅଧ୍ୟକ୍ଷଙ୍କ ବଢ଼ିଲା ସୁରକ୍ଷା

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। ସିଆରପିଏଫର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇବ। କଂଗ୍ରେସ ଅଧ୍ୟକ୍ଷଙ୍କୁ ସାରା ଦେଶରେ ଜେଡ ପ୍ଲସ ବର୍ଗ ସୁରକ୍ଷା ପ୍ରଦାନ କରାଯିବ।

ଜେଡ ପ୍ଲସ ସୁରକ୍ଷାରେ ସାଧାରଣତଃ ୫୫ ଯବାନ ରହିଥାଆନ୍ତି, ଯେଉଁଥିରେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର କମାଣ୍ଡୋ ଓ ପୋଲିସ ଯବାନ ସାମିଲ ହୋଇଥାଆନ୍ତି। ଏମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯାଇଥାଏ। ଟିମ୍‌ର ପ୍ରତ୍ୟେକ ସଦସ୍ୟ ମାର୍ଶଲ ଆର୍ଟ ଓ ଯୁଦ୍ଧ ଦକ୍ଷତା ଉପରେ ପାରଦର୍ଶୀ ଥାଆନ୍ତି।

Leave A Reply

Your email address will not be published.