ଆଜିଠୁ ନାଟ ମଣ୍ଡପ କାମ ଆରମ୍ଭ
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଥିବା ବିମ୍ କାମ। ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏ ASI ଟିମ୍ କାମ କରିବେ। ମାର୍ଚ୍ଚ ୨୦ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ଚାଲିବା ବେଳେ କୌଣସି ବଡ଼ ନୀତି ହେବ ନାହିଁ। ଏନେଇ ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ନୀତିକାନ୍ତି ସହ ଜଡ଼ିତ ସବୁ ନିଯୋଗ ସହ ଆଲୋଚନା ହୋଇଛି। ସମସ୍ତେ ସହଯୋଗ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ତେଣୁ ଭକ୍ତଙ୍କ ଦର୍ଶନ ହେଉ ବା ନୀତିକାନ୍ତି ଅଥବା ASIର କାମ, କୌଣସି କାର୍ଯ୍ୟରେ ସମସ୍ୟା ହେବ ନାହିଁ । ତେବେ ଯଦି କୌଣସି ଅଘଟଣ ଘଟେ, ସେତେବେଳର ସ୍ଥିତିକୁ ଦେଖି ସମସ୍ତଙ୍କ ସହଯୋଗରେ କାମ କରାଯିବ