ଅଖିଳେସଙ୍କୁ CBI ନୋଟିସ, ଜାଣନ୍ତୁ କାହିଁକି

0

ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ। ତାଙ୍କ ପାଖକୁ ସମନ ପଠାଇଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ ତଥା ସିବିଆଇ। ବେଇଆନ ଖଣି ଖନନ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିଛି।

ସୂଚନା ମୁତାବକ, ଅଖିଳେଶ ଯାଦବଙ୍କୁ ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୨୯ ତାରିଖରେ ଦିଲ୍ଲୀ ସ୍ଥିତି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ସାକ୍ଷୀ ରୂପେ ସାମିଲ ହେବାକୁ ସିବିଆଇ ସମନ ଜାରି କରିଥିବା ଜଣାପଡିଛି। ଏହି ମାମଲରେ ତାଙ୍କୁ ଆସନ୍ତାକାଲି ସିବିଆଇ ପଚରାଉଚରା କରିବ।

୨୦୧୨-୧୩ ଖଣି ଖନନ ବିଭାଗ ପରିଚାଳନା କରୁଥିଲେ ଅଖିଳେଶ ଯାଦବ। ଏହି ସମୟରେ ହମିରପୁରରେ ଏକ ବେଆଇନ ଖଣି ଖନନ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜାନୁଆରୀ ୨୦୧୯ରେ ଉତ୍ତରପ୍ରଦେଶ, ଶାମଲି, କୌଶାମ୍ବୀ, ଫତେହପୁର, ଦେଓରିଆ, ସାହାରନପୁର, ହମିରପୁର ଏବଂ ସିଦ୍ଧାର୍ଥନଗରର ସାତୋଟି ଜିଲ୍ଲାରୁ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା। ଏହି ଏଫ୍‌ଆଇଆର୍‌ ଆଧାରରେ ତାଙ୍କୁ ସିବିଆଇ ଡକାଇଛି

Leave A Reply

Your email address will not be published.