ମୁଁ ଇସ୍ତଫା ଦେବୀ ନାହିଁ
ହିମାଚଳ ପ୍ରଦେଶରେ ଜାରି ରହିଛି ରଜନୈତିକ ସଙ୍କଟ। ଶାସକ ଦଳର କିଛି ବିଧାୟକ ବିଦ୍ରୋହ କରିଛନ୍ତି। ଏହାରି ଭିତରେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି, ‘ଏହା ହେଉଛି ସାଧାରଣ ଲୋକଙ୍କ ସରକାର। ପୂରା ୫ ବର୍ଷ ଆମେ ସରକାରରେ ରହିବୁ। ବିଜେପି ଯେଉଁ ଭଳି ସ୍ୱାଭବ ଦେଖାଉଛି ତାହା ଠିକ୍ ନୁହେଁ। ରାଜ୍ୟସଭା ନିର୍ବାଚନ ପରେ ଯେଉଁ ପରିସ୍ଥିତି ଉପୁଜିଛି, ତାହା ସତ୍ତ୍ୱେ ମଧ୍ୟ ଆମ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତଙ୍କର (ବିଜେପି)ର ଅନେକ ବିଧାୟକ ଆମ ସମ୍ପର୍କରେ ଅଛନ୍ତି। ବିଜେପି ଭଲ ଡ୍ରାମା କରୁଛି। ମୁଁ ଇସ୍ତଫା ଦେଇଥିବା ଖବର କେବଳ ଏକ ଗୁଜବ। ମୁଁ ଜଣେ ଯୋଦ୍ଧା। ଯୋଦ୍ଧା ଭଳି ମୁଁ ଲେଢ଼ଇ କରିବି। ଆମେ ନିଶ୍ଚିତ ଜିତିବୁ।’
ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଆରମ୍ଭ ହେଇଯାଇଛି। ଦଳର ୬ ଜଣ ବିଧାୟକ ବିଦ୍ରୋହୀ ପାଲଟିଛନ୍ତି। ଦଳ ବିରୋଧରେ ଯାଇ ସେମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ତେବେ ଏହାପରେ ସୁଖୁ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡିକେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛନ୍ତି।