ବିଲ୍‌ ଗେଟ୍‌ସ କିଣିଲେ କୋରାପୁଟ କଫି

0

ଭୁବନେଶ୍ୱର : ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓଡ଼ିଶା ଆସିଛନ୍ତି। ଏହି ସମୟରେ ସେ ଭୁବନେଶ୍ୱରରେ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି। ତାଙ୍କୁ ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପାଛୋଟି ନେଇଥିଲେ। ପ୍ରଥମେ କୋରାପୁଟ କାଫେ ବୁଲିବା ସହ ମହିଳାମାନଙ୍କ ହାତ ତିଆରି ଝାଡୁ, ପାଟଶାଢ଼ି, ବେତ ତିଆରି ସୋଫା, ସବାଇ ଘାସରେ ନିର୍ମିତ ସାମଗ୍ରୀ, ମାଟି ବାସନ, ଘରକରଣା ଜିନିଷ, ମାଣ୍ଡିଆରେ ଉତ୍ପାଦିତ ସାମଗ୍ରୀ ଆଦି ବୁଲି ଦେଖିଥିଲେ।

ମିଶନ ଶକ୍ତି ଜରିଆରେ ଓଡ଼ିଶା ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହେବା ସହ କିପରି ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛନ୍ତି ତାହା ଅନୁଧ୍ୟାନ କରିଥିଲେ। ମହିଳାଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ବଳିଷ୍ଠ ପଦକ୍ଷେପକୁ ବିଲ୍‌ ଗେଟ୍‌ସ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ସମୟରେ ମିଶନ ଶକ୍ତି ବଜାରରୁ ବିଲ୍‌ ଗେଟ୍‌ସ କୋରାପୁଟ କଫି କିଣିଥିଲେ।

Leave A Reply

Your email address will not be published.