କଂଗ୍ରେସ ଅଧ୍ୟକ୍ଷ ଓ ଜୟ ରାମ ରମେଶଙ୍କୁ ନୋଟିସ ପଠାଇଲେ ଗଡକରୀ

0

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମହାସଚିବ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ପଠାଇବା ଉପରେ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ତାଙ୍କ ବିଷୟରେ ଆପତ୍ତିଜନକ ବିଷୟବସ୍ତୁ କଂଗ୍ରେସର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ଶେୟାର କରାଯାଇଛି। କେବଳ ଏତିକି ନୁହେଁ କଂଗ୍ରେସର ଉଭୟ ବରିଷ୍ଠ ନେତାଙ୍କୁ ପଠାଯାଇଥିବା ନୋଟିସରେ ସେମାନଙ୍କୁ ଲିଖିତ ଆକାରରେ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।

ଗଡକରୀ କହିଛନ୍ତି, କଂଗ୍ରେସ ତାଙ୍କର ଏକ ସାକ୍ଷାତକାର ସମୟର ଭିଡିଓକୁ ବିକୃତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ କରି ସେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଭିଡ଼ିଓକୁ ଡିଲିଟ କରିବା ସହ ତିନି ଦିନ ମଧ୍ୟରେ ଲିଖିତ ଆକାରରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି। ତାଙ୍କୁ ଅପମାନିତ କରିବା ପାଇଁ କଂଗ୍ରେସ ନେତାଙ୍କ ଦ୍ୱାରା ଏହା ଏକ ସୁଚିନ୍ତିତ ପ୍ରୟାସ ବୋଲି ଗଡକରୀ କହିଛନ୍ତି।

Leave A Reply

Your email address will not be published.