ନିର୍ବାଚନ ଲଢ଼ିବେ ନାହିଁ ଗୌତମ ଗମ୍ଭୀର

0

ନୂଆଦିଲ୍ଲୀ: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ ବହୁ ଆଲୋଚନା ଚାଲିଥିବା ବେଳେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ନିର୍ବାଚନ ଲଢିବେ ନାହିଁ ବୋଲି ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶନିବାର ସକାଳେ ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ସେ ଟୁଇଟ କରି ଲେଖିଛନ୍ତି ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ମୁଁ ଭାଜପା ସଭାପତି ଜେପି ନଡାଙ୍କୁ ନିବେଦନ କରୁଛି, ଯାହାଫଳରେ ମୁଁ କ୍ରିକେଟ ଉପରେ ଧ୍ୟାନ ଦେଇ ପାରିବି ବୋଲି ଗୌତମ କହିଛନ୍ତି। ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ଏପି। ୨୦୧୯ ଲୋକ ସଭା ନିର୍ବାଚନରେ ଜିତିବା ପରେ ସେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୌତମ ଲେଖିଛନ୍ତି, ମୁଁ ପାର୍ଟି ଅଧ୍ୟକ୍ଷ ମାନନୀୟ ଜେପି ନଡ୍ଡାଙ୍କୁ ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତ କରିବାକୁ ଅନୁରୋଧ କରିଛି। ଯାହାଫଳରେ ମୁଁ ଆଗାମୀ ଦିନରେ କ୍ରିକେଟକୁ ଦେଇଥିବା କଥା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବି। ସେ ଆହୁରି ମଧ୍ୟ ଲେଖିଥିଲେ, ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ। ଏବେ ଦେଖିବାକୁ ପଡିବ ଯେ କେଉଁ ପ୍ରାର୍ଥୀଙ୍କୁ ଭାଜପା ପୂର୍ବ ଦିଲ୍ଲୀରୁ ଟିକେଟ ଦେଉଛି।

Leave A Reply

Your email address will not be published.