ବିଜେଡି ଛାଡ଼ିଲେ ୬ ଥର ବିଧାୟକ ଅରବିନ୍ଦ ଢ଼ାଲି

0

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ବିଜେପିରେ ଯୋଗଦେବେ।

ଦଳ ଛାଡ଼ିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନ କହି ଅରବିନ୍ଦ ଢାଲି କହିଛନ୍ତି, ମୁଁ ଜଣେ ଅନୁଶାସିତ କାର୍ଯ୍ୟକର୍ତ୍ତା। ୩୫ ବର୍ଷ ହେଲାଣି ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କର ଆଶା ଅଛି। କିନ୍ତୁ ଏହା କେତେ ଦୂର ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ । ତେଣୁ ମନ ହେଲା ଦଳ ଛାଡ଼ିଦେଲି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ଇସ୍ତଫାପତ୍ର ଦେଇ ଦେଇଛି। ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଛି। ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବି । ସେଠାରେ ହିଁ ଛାଡ଼ିବାର କାରଣ କହିବି।

୫ ଥରର ବିଧାୟକ ଅରବିନ୍ଦ ଢାଲି ଖୋର୍ଦ୍ଧା ଓ ମାଲକାନାଗିରି ଜିଲ୍ଲାରେ ବେଶ୍ ପରିଚିତ। ୧୯୯୦, ୧୯୯୯୫ ଏବଂ ୨୦୦୦ ମସିହାରେ ମାଲକାନଗିରିରୁ ବିଧାୟକ ଥିଲେ। ପରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ୨୦୦୯ ଓ ୨୦୧୯ ମସିହାରେ ଦୁଇ ଥର ବିଜେଡି ଟିକେଟ୍ରେ ଜୟଦେବ ଆସନରୁ ବିଧାୟକ ହୋଇଥିଲେ।

Leave A Reply

Your email address will not be published.