ହେବନି ମେଣ୍ଟ

0

ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି

ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ। ଏକାକୀ ବିଜେପି ଲଢ଼ିବ। ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ଏହି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ବିଜେପି ଲୋକସଭାରେ ୨୧ସିଟ୍‌ ଜିତିବ। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।

ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ସେ କହିଛନ୍ତି, ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିବା ଦରକାର। ଓଡ଼ିଶାରେ ବିଜେପି ନିଶ୍ଚୟ ସରକାର କରିବ। ଲୋକ ଏଥର ଛପର ଫାଡି ବିଜେପିକୁ ଭୋଟ ଦେବେ। ଅଧିକାଂଶ ସିଟ୍ ବିଜେପି ଜିତିବ।

Leave A Reply

Your email address will not be published.