ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ମିଳିଛି। ହାଇଦରାବାଦର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଅଭିଯୁକ୍ତର ନାମ ମହମ୍ମଦ ରସୁଲ ଏବଂ ସେ ନିଜ ପୋଷ୍ଟରେ ଖଣ୍ଡା ଧରିଥିବା ଦେଖବାକୁ ମିଳିଛି। ପୋଷ୍ଟରେ ସେ ଖଣ୍ଡା ଦେଖାଇ ହତ୍ୟା କରିବାକୁ ଧମକ ଦେଉଛି। ଭିଡିଓରେ ସେ କହୁଛି ଯେ, ଯଦି ଏଥର କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦୀଙ୍କୁ ହତ୍ୟା କରିବ। ଏନେଇ କର୍ଣ୍ଣାଟକର ୟାଦଗିରିସ୍ଥିତ ସୁରପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅନେକ ବିବାଦୀୟ ତଥା ଅପମାନସୂଚକ ଟିପ୍ପଣୀ ଆସିଛି। ଏନେଇ ବିଭିନ୍ନ ଥାନା ତଥା କୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ପ୍ରଥମ ଥର ପାଇଁ ମୋଦୀଙ୍କୁ ହତ୍ୟା ଧମକ ମିଳିଥିବାରୁ ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.