ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

0

ଶିମଲା (ଆମ ଟିଭି): ହିମାଚଳ ପ୍ରଦେଶର ମାଣ୍ଡି ଜିଲାର କିଓଲି ଥୁନାଗରେ ମଙ୍ଗଳବାର ସକାଳ ପ୍ରାୟ ୬ଟା୫୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ଠାରୁ ୫ କିଲୋମିଟର ଗଭୀର ଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି।

ସେହିପରି ଲାହୌଲ ଏବଂ ସ୍ପିତିର କିଛି ସ୍ଥାନରେ ସୋମବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଏହି ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ଥିଲା। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ଲାହୌଲ ଓ ସ୍ପିତିର ଆଦିବାସୀ ଜିଲା ଭୂକମ୍ପ ଜୋନ୍‌‌ ଅନୁଯାୟୀ ଚତୁର୍ଥ ସ୍ଥାନରେ ରହିଛି। ଯାହା ଏକ ଚିନ୍ତାର ବିଷୟ।

Leave A Reply

Your email address will not be published.