ନିର୍ବାଚନ ଲଢ଼ିବେ ମହମ୍ମଦ ଶାମି

0

୨୦୨୪ ଲୋକସଭା ନିର୍ବାଚନରେ କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ ବିଜେପି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଛି।

ମହମ୍ମଦ ଶାମିଙ୍କୁ ବିଜେପି ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି। ପଶ୍ଚିମବଙ୍ଗ ତରଫରୁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଲଢ଼ିବା ପାଇଁ ବିଜେପି ପକ୍ଷରୁ ମହମ୍ମଦ ଶାମିଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଯାଏ ଶାମି କିଛି ନିଷ୍ପତ୍ତି ନେଇ ନାହାନ୍ତି।

ନିକଟରେ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର ହୋଇଛି। ସେଥିପାଇଁ ସେ ଲଣ୍ଡନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

Leave A Reply

Your email address will not be published.