ନୂଆଦିଲ୍ଲୀ (ଆମ ଟିଭି): ହରିୟାଣାରେ ବିଜେପିକୁ ବଡ ଝଟକା । ଦଳ ଛାଡିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ । ହିସାର ଲୋକସଭା ଆସନରୁ ବିଜେପି ସାଂସଦ ଥିବା ବ୍ରିଜେନ୍ଦ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଖୁବଶୀଘ୍ର ସେ କଂଗ୍ରେସ ଦଳରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏକ୍ସରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରିଜେନ୍ଦ୍ର ।