ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଅରିନ୍ଦମ

0

ଭୁବନେଶ୍ୱର,: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭଜାପରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେଡିରେ ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହି ସେ ଇସ୍ତଫା ଦେଇଥିଲେ। ଯେଉଁଥିପାଇଁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ କ୍ଷୋଭ ଜଣାଇଥିଲେ।

 

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅରିନ୍ଦମ ସାକ୍ଷାତ କରିବା ପରେ ସେ ବିଜେଡି ଛାଡି ଭାଜପାକୁ ଆସି ପାରନ୍ତି ବୋଲି ଆଲୋଚନା ହେଉଥିଲା। ଏହାପରେ ସେ ଭାଜପା ନେତା ପ୍ରକାଶଙ୍କୁ ମଧ୍ୟ ସେ ଭେଟିଥିଲେ। ନିକଟରେ ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯିବା ପରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି ବୋଲି ଅରିନ୍ଦମ କହିଥିଲେ। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ। ତେବେ ବର୍ତମାନ ସେ ଭଜାପରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.