ଦିଲ୍ଲୀ ଗଲେ କବିତା
ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ମାମଲାରେ ଗତ ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦ୍ୱାରା ହାଇଦ୍ରାବାଦ ଘରୁ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ମଧ୍ୟରାତ୍ରିରେ ଜାତୀୟ ରାଜଧାନୀରେ ଥିବା ଏଜେନ୍ସି ମୁଖ୍ୟାଳୟକୁ ନିଆଯାଇଥିଲା। ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ଏଜେନ୍ସି ଏବେ କେ କବିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିଛି।
ଦିଲ୍ଳୀରେ ପହଞ୍ଚିବା ପରେ ତାଙ୍କୁ ଏଜେନ୍ସି କାର୍ଯ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏଜେନ୍ସି ଆଜି ସକାଳେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା।