ଚିଠି ଲେଖିଲେ ମୋଦି , ଜାଣନ୍ତୁ କାହାକୁ ଆଉ କଣ ପାଇଁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ସମସ୍ତ ନାଗରିକଙ୍କୁ ଏକ ଖୋଲା ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ଗ୍ରହଣ କରିଥିବା କିଛି ଐତିହାସିକ ନିଷ୍ପତ୍ତି ତାଲିକାଭୁକ୍ତ କରିଛନ୍ତି। ଯେଉଁଥିରେ ଧାରା ୩୭୦ ରଦ୍ଦ, ଜିଏସ୍ଟି ଲାଗୁ ଆଦି ଉଲ୍ଲେଖ ଥିବା ବେଳେ ଲୋକଙ୍କ ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ଲୋକଙ୍କ ସହ ତାଙ୍କର ସହଭାଗିତା ଏକ ଦଶନ୍ଧି ପୂରଣ କରିବାର ଦ୍ୱାରସ୍ଥ ହୋଇଛି ବୋଲି ଦର୍ଶାଇ ସେ ଏକ ବିକାଶ ଭାରତ କିମ୍ବା ବିକଶିତ ଭାରତର ସଂକଳ୍ପ ପୂରଣ କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଲୋଡିଛନ୍ତି।
ତାଙ୍କ ଚିଠିରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ଆପଣମାନଙ୍କ ସହ ଆମର ସମ୍ପର୍କକୁ ୧୦ ବର୍ଷ ପୂରିଲା । ଆପଣମାନଙ୍କ ସମର୍ଥନ ଲଗାତାର ମିଳିଛି । ରାଷ୍ଟ୍ର ନିର୍ମାଣ ପାଇଁ ଆମେ ଅବିଶ୍ରାନ୍ତ ପରିଶ୍ରମ କରୁଛୁ ଏବଂ ଏହା ମୋଦୀ ଗ୍ୟାରେଣ୍ଟି। ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ବହୁତ ପ୍ରେରଣା ଦେଇଛି। ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି।’’