୭ଟି ପର୍ଯ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ: ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ୭ଟି ପର୍ଯ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି।

ପ୍ରଥମ ପର୍ଯ୍ୟାୟ – ୧୯ ଏପ୍ରିଲରେ ଭୋଟ୍
ଦ୍ୱିତୀୟ ପର୍ଯ୍ୟାୟ – ୨୬ ଏପ୍ରିଲରେ ଭୋଟ୍
ତୃତୀୟ ପର୍ଯ୍ୟାୟ – ୭ ମେରେ ଭୋଟ୍
ଚତୁର୍ଥ ପର୍ଯ୍ୟାୟ – ୧୩ ମେରେ ଭୋଟ୍
ପଞ୍ଚମ ପର୍ଯ୍ୟାୟ – ୨୦ ମେରେ ଭୋଟ୍
ଷଷ୍ଠ ପର୍ଯ୍ୟାୟ – ୨୫ ମେ ରେ ଭୋଟ୍
ସପ୍ତମ ପର୍ଯ୍ୟାୟ – ୧ ଜୁନ୍ ରେ ଭୋଟ୍
ଜୁନ୍ ୪ରେ ଆସିବ ରେଜଲ୍ଟ

ଦେଶରେ ମୋଟ ୯୬.୮ କୋଟି ଭୋଟର

ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ତାଙ୍କ ଟିମ୍ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛି । ଏଥର ସର୍ବମୋଟ ୯୭ କୋଟି ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ଭୋଟର ପୁରୁଷ ହେଇଥିବାବେଳେ, ୪୭ କୋଟି ଭୋଟର ମହିଳା ଅଟନ୍ତି । ଏଥର ନିର୍ବାଚନ ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ । ଏଥର ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଥର ନିର୍ବାଚନରେ ଦେଢ କୋଟି ପୋଲିଂ ଅଧିକାରୀ ନିଯୁକ୍ତ ହେବେ । ଦେଶରେ ଏଥର ୯୭ କୋଟି ଭୋଟରଙ୍କ ମଧ୍ୟରୁ ୧.୮୨ କୋଟି ହେଉଛନ୍ତି ଯୁବ ଭୋଟର ଆଉ ୨୦ରୁ ୨୯ ବର୍ଷ ବୟସ୍କର ୧୯.୪୭ କୋଟି ଭୋଟର ରହିଛନ୍ତି ବୋଲି କୁହାଯାଉଛି । ତା ସହିତ ୮୮.୪୦ ଲକ୍ଷ ଦିବ୍ୟାଙ୍ଗ ଭୋଟର, ୧୯.୦୧ ଲକ୍ଷ ସୈନିକ ସୁରକ୍ଷା କର୍ମୀ ଓ ୪୮ ହଜାର ତୃତୀୟ ଲିଙ୍ଗୀ ଭୋଟର ଦେଶରେ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ।

ଦେଶରେ ଥିବା ୮୫ ବର୍ଷରୁ ଅଧିକ ବୟସ୍କର ଭୋଟରମାନେ ଘରେ ବସି ଭୋଟ୍ ଦେଇପାରିବେ । ପୂର୍ବରୁ ଏହି ବୟସ ସୀମା ୮୦ ବର୍ଷ ଥିଲା । ବର୍ତ୍ତମାନ ୮୫ ବର୍ଷରୁ ଅଧିକ ବୟସର ଭୋଟରମାନେ ଘରେ ବସି ଭୋଟ୍ ଦେଇପାରିବେ । ତା ସହିତ ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଥିବା ଭୋଟରମାନେ ମଧ୍ୟ ଘରେ ବସି ଭୋଟ୍ ଦେଇପାରିବେ ।

Leave A Reply

Your email address will not be published.