ଜାଣନ୍ତୁ ଓଡ଼ିଶାରେ କେଉଁଠି କେବେ ହେବ ନିର୍ବାଚନ

0

ଭୁବନେଶ୍ୱର (ଆମ ଟିଭି): ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଆମ ରାଜ୍ୟରେ ନିର୍ବାଚନ ହେବ। ଜୁନ୍‌ ୪ ମଙ୍ଗଳବାର ଭୋଟ୍‌ ଗଣତି ହେବ। ତେବେ ଜାଣନ୍ତୁ କେଉଁ ଜିଲାରେ କେତେ ତାରିଖରେ ଭୋଟ୍‌ ଅନୁଷ୍ଠିତ ହେବ…

ମେ’ ୧୩ ଅର୍ଥାତ୍‌ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି ଏବଂ ଗଜପତିରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ମେ’ ୨୦ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମରେ ହେବ ନିର୍ବାଚନ। ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ଦେବଗଡ଼, ଅନୁଗୋଳ, ନୟାଗଡ଼ରେ ନିର୍ବାଚନ ହେବ।

ଜୁନ୍‌ ୧ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଏବଂ ଜଗତସିଂହପୁରରେ ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.