ଆଜି ଟିକେଟ ପାଇଁ ନବୀନ ନିବାସରେ ବୈଠକ

0

ଗୋଟିଏ ପଟେ ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ନବୀନ ନିବାସରେ ଟିକେଟ ପାଇଁ କସରତ ଚାଲିଛି। ଗୁରୁବାର ଭୁବନେଶ୍ୱର, କନ୍ଧମାଳ, ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ବୈଠକ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଞ୍ଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ବ୍ରହ୍ମପୁର, କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍‌ ଦେବ ସେନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚନା କରିବେ।

ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭାଜପା ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ବୈଠକରେ ଅଙ୍କକଷା ଯାଇପାରେ। କହିବାକୁ ଗଲେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରଛି ବିଜେଡି।

Leave A Reply

Your email address will not be published.