ଏବେ ଆମେରିକାରେ ବିକ୍ରି ହେବ ଅମୂଲ କ୍ଷୀର

0

ଭାରତରେ ପ୍ରମୁଖ କ୍ଷୀର ଉତ୍ପାଦ କମ୍ପାନୀ ଅମୁଲ ଏବେ ବିଶ୍ୱସ୍ତରରେ ଏକ ବଡ ସଫଳତା ହାସଲ କରିଛି । ମୂଳ ଭାରତୀୟ କମ୍ପାନୀ ଅମୁଲ ଏବେ ଆମେରିକାରେ ତାର ଉତ୍ପାଦ ବିକ୍ରି କରିବ । ଅମୁଲ ତରଫରୁ ଆମେରିକାରେ କ୍ଷୀର ଉତ୍ପାଦ ବିକ୍ରି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି । ଏହାକୁ ନେଇ ଗୁଜରାଟର ଏହି କମ୍ପାନୀ ଏବେ ଆମେରିକାର ପୂର୍ବାଞ୍ଚଳ ଓ ମଧ୍ୟପଶ୍ଚିମ ଅଞ୍ଚଳର ବଜାରରେ ଫ୍ରେସ କ୍ଷୀର ବିକ୍ରି କରିବାକୁ ମିଶିଗନ ମିଲ୍କ ପ୍ରଡ୍ୟୁସର ଆସୋସିଏସନ ସହ ଚୁକ୍ତି କରିଛି ।

ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେଶନର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହତା କହିଛନ୍ତି କି, ଅମୁଲ କମ୍ପାନୀ ଆମେରିକାରେ ଫ୍ରେସ ମିଲ୍କ ପ୍ରଡକ୍ଟ ଲଂଚ କରିବାକୁ ଯାଉଛି । ସେ କହିଛନ୍ତି କି, ଏନେଇ ଆମେରିକାର ୧୦୮ ବର୍ଷ ପୁରୁଣା ଡାଏରୀ ସହକାରୀ ସଂସ୍ଥା ସହ ଚୁକ୍ତି ହୋଇଛି ।

Leave A Reply

Your email address will not be published.