ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବା ସହ ବିଜେଡିକୁ ଘରବାହୁଡା କରିଛନ୍ତି ସୁକାନ୍ତ । ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ ।
ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଘରବାହୁଡା କରିଛନ୍ତି ସୁକାନ୍ତ । ନୀଳଗିରିରୁ ପୁଣିଥରେ ସୁକାନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଛନ୍ତି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି । ଗତଥର ବାଲେଶ୍ୱର ଲୋକସଭା ଆସନ ବିଜେଡି ହାତଛଡା କରିଥିବାରୁ ୨୦୨୪ରେ ଏହି ଆସନକୁ ହାତେଇବାକୁ ସବୁ ଦିଗକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଅଙ୍କ କଷୁଥିବା କୁହାଯାଉଛି ।