ମନମୋହନ ସିଂହଙ୍କ ବଡ଼ ଘୋଷଣା, ମଲ୍ଲିକାର୍ଜୁନ ଲେଖିଲେ ଭାବବିହ୍ବଳ ଚିଠି

0

ନୂଆଦିଲ୍ଲୀ (ଆମ ଟିଭି): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଙ୍ଗଳବାର ରାଜ୍ୟ ସଭାରୁ ଅବସର ନେଇଛନ୍ତି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମନମୋହନଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ଆପଣ ଆଉ ରାଜ୍ୟ ସଭାରେ ରହିବେ ନାହିଁ। ଏଥିସହ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି। ତଥାପି ଦେଶବାସୀଙ୍କ ପାଇଁ ସ୍ବର ଉତ୍ତୋଳନ ଜାରି ରଖିବେ’।

ମନମୋହନ ଅବସର ନେବାକୁ ଯାଉଥିବାବେଳେ ନଅ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାର ୫୪ ଜଣ ସଦସ୍ୟ ମଙ୍ଗଳବାର ଓ ବୁଧବାର କାର୍ଯ୍ୟକାଳ ଶେଷ ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ବୁଧବାର (ଏପ୍ରିଲ ୩) ରେ ରାଜ୍ୟ ସଭାରେ ତାଙ୍କର ୩୩ ବର୍ଷ ଧରି ଚାଲିଥିବା ସଂସଦୀୟ ଇନିଂସ ଶେଷ କରିବେ। ସେହିପରି ଦଳର ମୁଖ୍ୟ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ପ୍ରବେଶ କରିବେ।

Leave A Reply

Your email address will not be published.