ରାଜ୍ୟ ସରକାର ଉପରେ ବର୍ଷିଲେ ସିଦ୍ଧାନ୍ତ

0

କିଛି ଦିନ ପୂର୍ବେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ମାରିଛନ୍ତି ଭାଷା ତୀର। ବିଜେପି ନେତା ତଥା ଦିଗପହଣ୍ଡି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

ଏତେ ବର୍ଷ ଧରି ଓଡିଶାବାସୀ ଯେଉଁ ଛାମୁଙ୍କୁ ନିର୍ବାଚିତ କରି ଆସନରେ ବସାଇଲେ, ଏବେ ବି କିଛି କହିବାକୁ ହେଲେ ସେ ରୋମାନ ଇଂରାଜୀ ଲେଖାର ସାହାୟତା ନେଉଛନ୍ତି ବୋଲି ଆକ୍ଷେପ କରିଛନ୍ତି ସିଦ୍ଧାନ୍ତ। ଯାହାକି ପ୍ରତ୍ୟେକ ଓଡ଼ିଆ ବାସୀଙ୍କୁ କଷ୍ଟ ଓ ଆଘାତ ଦେଇଛି। ତାସହ ଉତ୍କଳ ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଓଲିଉଡର ଆଗଧାଡ଼ିର ଅଭିନେତା ସିଦ୍ଧାନ୍ତ କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମକୁ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଲାନି । ସେ ନିଜ ପ୍ରତିନିଧିଙ୍କୁ ସେଠାକୁ ପଠାଇଦେଲେ। ନୀଳବର୍ଣ୍ଣ ଶୃଗାଳ ରୂପୀ ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.