କଂଗ୍ରେସର ବଡ ଘୋଷଣା, ସରକାର ଗଢିଲେ ଋଣ ଛାଡ

0

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାପୂର୍ବରୁ କଂଗ୍ରେସ ଜାରି କରିଛି ତା’ର ଘୋଷଣା ପତ୍ର। ଏହାକୁ ସେ ‘ନ୍ୟାୟ ପତ୍ର’ ନାଁ ଦେଇଛି। ଏହି ନ୍ୟାୟ ପତ୍ରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି। କଂଗ୍ରେସ ମୁଖ୍ୟା କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଏହି ଘୋଷଣା ପତ୍ରକୁ ପ୍ରକାଶ କରିଛନ୍ତି।

କଂଗ୍ରେସ ଏହି ଘୋଷଣା ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ୨୫ଟି ପ୍ରତିଶ୍ରୁତି ତଥା ଗ୍ୟାରେଣ୍ଟି ଦେଇଛି। ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରତିଶୃତି ଦିଆଯାଇଛି। ଏଥି ସହିତ, ୨୦୨୫ ସୁଦ୍ଧଶ ସରକାରୀ ଚାକିରିରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ କଂଗ୍ରେସ ନିଜ ନ୍ୟାୟ ପତ୍ରରେ କହିଛି।

କେବଳ ସେତିକି ନୁହେଁ ସଂରକ୍ଷଣ ସୀମା ବଢ଼ାଇବା, ଜାତିଗତ ଜନଗଣନା କରାଯିବ, ଋଣ ଛାଡ କମିଶନ ଗଠନ ଓ ନିଯୁକ୍ତ ଗ୍ୟାରେଣ୍ଟି, ସର୍ବନିମ୍ନ ମଜୁରୀ ୪୦୦, ୪୦ ଲକ୍ଷ ସରକାରୀ ଚାକିରୀ, ଗରିବ ମହିଳାଙ୍କୁ ୧ ଲକ୍ଷ ଟଙ୍କା ସହାୟତା, ତାଲିମ ପାଇଁ ୧ଲକ୍ଷ ଟଙ୍କା, ସହରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରତିଶୃତି ଦିଆଯାଇଛି।

ଏଥିସହ ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଚିରଞ୍ଜୀବୀ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ସାରା ଦେଶରେ କ୍ୟାସ୍‌ ଲେସ୍‌ ବୀମା ଯୋଜନା କାର୍ଯ୍ୟକାରୀ ହେବ। ପରିବାରର ବୟସ୍କା ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କଂଗ୍ରେସରେ ନିଜ ନ୍ୟାୟ ପତ୍ରରେ କହିଛି।

Leave A Reply

Your email address will not be published.